ସମୁଦ୍ରରେ ଶକ୍ତି ବଢ଼ାଇବ ଆଇଏନଏସ ବିକ୍ରାନ୍ତ, ୩୦ଟି ଫାଇଟର ଜେଟ୍ ବହନ କରିପାରିବାର ରହିଛି ସାମର୍ଥ୍ୟ

ନୂଆଦିଲ୍ଲୀ,୨/୯: ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିୟର ବିକ୍ରାନ୍ତକୁୁ ଆଜି ଦେଶ ଉଦେଶ୍ୟରେ ସମର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋଚିନ ଠାରେ ପ୍ରଧାନମନ୍ତ୍ରୀ ଏହାକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ । ବିକ୍ରାନ୍ତ ସାମିଲ ହେବା ପରେ ନୌସେନାର ଶକ୍ତି ବେଶ୍ ବଢ଼ିଯିବ । ୩୦ଟି ଫାଇଟର ଜେଟ୍ ବହନ କରିପାରିବାର ଶକ୍ତି ରହିଛି।ଏହାର ନିର୍ମାଣରେ ଖର୍ଚ୍ଚ ହୋଇଛି ୨୦ ହଜାର କୋଟି । ଥରକେ ସାଢେ ୭ ହଜାର କିମି ଦୂର ଯାତ୍ରା କରିପାରିବ। ବିକ୍ରାନ୍ତର ଘଣ୍ଟା ପ୍ରତି ବେଗ ୫୨ କିଲୋମିଟର । ଏହାର ଆକାର ଦୁଇଟି ଫୁଟବଲ ପଡ଼ିଆ ଭଳି ହୋଇଥିବା ବେଳେ ଏହାର ଲମ୍ବ ୨୬୨ ମିଟର, ଚଉଡା ୬୦ ମିଟର । ଏଥିରେ ୧୭ ଶହ ଅଧିକାରୀ ଓ ଯବାନ ମୁତୟନ ରହିବେ । ଏହାସହ ଭାରତ ପାଖରେ ଏକସଙ୍ଗେ ଦୁଇଟି ଏୟାରକ୍ରାଫ୍ଟ କ୍ୟାରିୟର ରହିବ । ପୂର୍ବରୁ ନୌସେନା ନିକଟରେ ଆଇଏନଏସ୍ ବିକ୍ରମାଦିତ୍ୟ ରହିଛି ।