ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧/୦୯: ଆଜି ସାରା ପଶ୍ଚିମ ଓଡିଶା ପାଳୁଛି ନୂଆଁଖାଇ । କେବଳ ଶୁଭ ମୂହୂର୍ତକୁ ଅପେକ୍ଷା । ଇଷ୍ଟଦେବୀ ମା ସମଲେଇଙ୍କଠାରେ ନବାନ୍ନ ଲାଗି ହେଲା ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ । ଏନେଇ ଆଜି ସକାଳ ୧୦.୫୬ ରୁ ୧୧.୧୦ ଯାଏଁ ଲଗ୍ନ ଧାର୍ଯ୍ୟ ହୋଇଥିବା ବେଳେ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଏହି ଅବସରରେ ଓଡିଶା ଏବଂ ଓଡିଶା ବାହାରେ ରହୁଥିବା ପଶ୍ଚିମ ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମା’ ସମଲେଶ୍ୱରୀଙ୍କ ନିକଟରେ ପଶ୍ଚିମ ଓଡ଼ିଶା ତଥା ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି । ମାଆ ସମଲେଇ ସମସ୍ତଙ୍କୁୁ ଖୁସିରେ ରଖନ୍ତୁ ଏହି କାମନା କରିଛନ୍ତି ।