କିପରି କଟିବ ଆଜି ଆପଣଙ୍କ ଦିନ: ୩୦/୦୮/୨୦୨୨

ମେଷ:ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଆପଣ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବେ।କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ। ଆପଣ କଠିନ ପରିଶ୍ରମ କରି ସୁଫଳ ପାଇବେ।

ବୃଷ:ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କର ସମସ୍ତ ଦୁଃଖକଷ୍ଟ ଦୂର ହେବ।ଆଜି ଆପଣ କୌଣସି ସ୍ଥାନକୁ ଭ୍ରମଣରେ ଯିବା ପାଇଁ ଯୋଜନା କରି ପାରନ୍ତି। ପ୍ରେମ ମାମଲାରେ ଆପଣ ସଫଳ ରହିବେ।

ମିଥୁନ:ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। କୌଣସି ସ୍ଥାନରେ ଟଙ୍କା ନିବେଶ କରି ଆପଣ ଲାଭବାନ ହେବେ। ଘରର ସୁଖସୁବିଧାରେ ବୃଦ୍ଧି ହେବ। ପରିବାର ଲୋକଙ୍କ ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ।

କର୍କଟ:ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିପାରେ।କୌଣସି ସ୍ଥାନକୁ ଆପଣ ଭ୍ରମଣରେ ଯାଇ ପାରନ୍ତି।

ସିଂହ:ଆପଣଙ୍କୁ ମାନସିକ ଓ ଶାରିରୀକ ରୂପରେ ସୁସ୍ଥ ରହିବାର ଆବଶ୍ୟକତା ରହିଛି।ପାରିବାରିକ ସମସ୍ୟାରୁ ମୁକ୍ତି ପାଇବେ। ସନ୍ତାନ ସୁଖ ଭୋଗ କରି ପାରନ୍ତି। ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ ପ୍ରାପ୍ତ ହେବ।

କନ୍ୟା:କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ପ୍ରେମ ମାମଲାରେ ସଫଳତା ହାସଲ କରିବେ। କୌଣସି ଶୁଭ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରି ପାରନ୍ତି।

ତୁଳା:ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣ କଠିନ ପରିଶ୍ରମ କରି ସୁଫଳ ପାଇବେ। ସମାଜ କଲ୍ୟାଣ କାର୍ଯ୍ୟରେ ଆପଣ ଯୋଗଦାନ କରି ପାରନ୍ତି।

ବିଛା:ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପାରିବାରିକ ସୁଖ ଭୋଗ କରିବେ। ବ୍ୟବସାୟିକ କ୍ଷେତ୍ରରେ ସଫଳତା ହାସଲ କରିବେ। ଧର୍ମ ପ୍ରତି ଆପଣଙ୍କର ରୁଚି ବଢିବ। ପୁରୁଣା ନନ୍ଧୁଙ୍କ ସହିତ ଦେଖାସାକ୍ଷାତ କରି ପାରନ୍ତି।

ଧନୁ:ଆପଣ କୌଣସି କଳି ଝଗଡ଼ାରେ ସାମିଲ ହୁଅନ୍ତୁ ନାହିଁ। ଧାର୍ମିକ ଅନୁଷ୍ଠାନରେ ଯୋଗଦାନ କରି ଆପଣ ମାନସିକ ସନ୍ତୁଷ୍ଟି ଅନୁଭବ କରିବେ। ଆପଣ ଅନ୍ୟଠାରୁ ନେଇଥିବା ଋଣ ପରିଶୋଧ କରିବେ।

ମକର:ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଅଫିସରେ କାର୍ଯ୍ୟ ଚାପ ବଢିପାରେ। ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରିବେ। ପ୍ରେମ ଜୀବନରେ ସାମାନ୍ୟ ମତଭେଦ ସୃଷ୍ଟି ହୋଇପାରେ।

କୁମ୍ଭ:ଆଜିର ଦିନ ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କୁ ନିଜ ଜମିବାଡ଼ି ମାମଲା ବିଷୟରେ ବୁଝାମଣା କରିବା ଆବଶ୍ୟକ। ଘରକୁ ଆସିଥିବା ଅତିଥି ମାନଙ୍କୁ ଖରାପ ବ୍ୟବହାର କରନ୍ତୁ ନାହିଁ।

ମୀନ:ଆଜି ଆପଣ ରଚନାତ୍ମକ କ୍ଷେତ୍ରରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବେ। ସାମାଜିକ ସ୍ତରରେ ଆପଣ ଯୋଗଦାନ କରିବେ। ସମାଜରେ ଆପଣ ନିଜର ଏକ ସ୍ବତନ୍ତ୍ର ପରିଚୟ ଓ ପ୍ରତିଷ୍ଠା ବୃଦ୍ଧି କରିବେ।