୫-ଜି ସେବା ନେଇ ଘୋଷଣା କଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୨୯/୮: ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ବାର୍ଷିକ ସାଧାରଣ ବୈଠକ ରେ ୫-ଜି ସେବା ନେଇ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ । ଆସନ୍ତା ଦୀପାବଳି ଦିନ ଜିଓ ଏହି ସେବା ଆରମ୍ଭ କରିବ ବୋଲି ଘୋଷଣା କରିଛନ୍ତି । ଏହାର ନାଁ ରହିବ ‘ଜିଓ ଏୟାର ଫାଇବର୍’ । ଏହି ସେବା ଦ୍ୱାରା ଜିଓ ଗ୍ରାହକଙ୍କୁ ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ମିଳିବ । କମ୍ ଦରରେ କମ୍ପାନୀ ଏହି ସେବା ଗ୍ରାହକଙ୍କୁ ଯୋଗାଇବ । ପ୍ରଥମେ ମେଟ୍ରୋ ସିଟିରୁ ଏହି ସେବା ଆରମ୍ଭ କରାଯିବ । ପ୍ରଥମେ ପର୍ଯ୍ୟାୟରେ ୧୦ କୋଟି ଘରକୁ ଏହି ସେବା ଯୋଗାଯିବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି । ୨୦୨୩ ସୁଦ୍ଧା କମ୍ପାନୀ ପ୍ରତି ସହରକୁ ଏହି ସେବା ଯୋଗାଇବ । ଓୟାର ଓ ୱାୟାରଲେସ୍ ସର୍ଭିସ୍ ଜରିଆରେ କମ୍ପାନୀ ସାରା ଦେଶରେ ୫-ଜି ସେବା ଯୋଗାଇବ ।