୫୦ ବର୍ଷ ପରେ ଚନ୍ଦ୍ରରେ ପୁଣି ପାଦ ଥାପିବ ମଣିଷ

ଭୁବନେଶ୍ୱର,୨୯/୮: ୫୦ ବର୍ଷ ପରେ ଚନ୍ଦ୍ରରେ ପୁଣି ପାଦ ରଖିବ ମଣିଷ । ଆଜି ଅର୍ଟିମିସ୍ ମିଶନ ସହାୟତାରେ ଇସ୍ରୋ ପ୍ରଥମ ଟେଷ୍ଟ ଫ୍ଲାଇଟ୍ ମହାକାଶକୁ ପଠାଇବ । କିଛି ସମୟରେ ଫ୍ଲୋରିଡା ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହେବ । ସାଟେଲାଇଟ୍ ୪୨ ଦିନ ଧରି ଚନ୍ଦ୍ର ଚାରିପଟେ ଘୁରି ବୁଲିବ । ଏହାପୂର୍ବରୁ ୧୯୭୨ ମସିହାରେ, ଶେଷ ମାନବ ମିଶନ ଚନ୍ଦ୍ରକୁ ପଠାଯାଇଥିଲା । କିନ୍ତୁ ଏଥର ଏହି ଅଭିଯାନ ବହୁତ ଅଲଗା ଏବଂ ଏଥିରେ ଅନେକ ଆଶା ଏବଂ ନୂତନ ପରୀକ୍ଷଣ, ଗବେଷଣା ଏବଂ ଯୋଜନାଗୁଡ଼ିକ ସଂଲଗ୍ନ ହୋଇଛି ।