ଧ୍ୱଂସ ହେଲା ଟ୍ୱିନ୍ ଟାୱାର

ନୂଆଦିଲ୍ଲୀ: ନୋଏଡା ସେକ୍ଟର ୯୩(ଏ)ରେ ଥିବା ବିଶାଳକାୟ ଟ୍ୱିନ୍ ଟାୱାରଙ୍କୁ ଧ୍ୱଂସ କରିଦିଆଯାଇଛି । ୩୭୦୦ କିଲୋଗ୍ରାମ ବିସ୍ଫୋଟକ ବ୍ୟବହାର କରି ଏହି ଟାୱାରକୁ ଧ୍ୱଂସ କରିଛି ନୋଏଡା ପ୍ରଶାସନ । କୁହାଯାଉଛି କି ଏହି ଟାୱାରକୁ ଧ୍ୱଂସ କରିବାକୁ ୧୭.୫୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ଅର୍ଥ ଟାୱାର ନିର୍ମାଣକାରୀ ସଂସ୍ଥା ସୁପରଟେକ୍ ଠାରୁ ଆଦାୟ କରାଯିବ ବୋଲି କୁହାଯାଇଛି । ଏହି ଦୁଇଟି ଟାୱାର ମଧ୍ୟରେ ୯୫୦ ଟି ଫ୍ଲାଟ ଥିବା ବେଳେ ଏହାକୁ ନିର୍ମାଣ କରିବାକୁ ସୁପରଟେକ୍ କମ୍ପାନୀ ୨୦୦ ରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା ।ଟ୍ୱିନ ଟାୱାର ଭଙ୍ଗାଯିବା ପରେ ସେଠାରେ ୫୫ ହଜାରରୁ ୮୦ ହଜାର ଟନ୍ ପର୍ଯ୍ୟନ୍ତ ଅଳିଆ ବାହାରିଛି ।