ବନ୍ଦ ଘରୁ ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୫/୮: ରାଜଧାନୀରେ ଚାଞ୍ଚଲ୍ୟ। ବନ୍ଦ ଘରୁ ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବେକରେ ଦଉଡି ଲଗାଇ ମହିଳା ଜଣଙ୍କ ଝୁଲି ପଡ଼ିଥିବା ସୂଚନା ମିଳିଛି । ମୃତ ମହିଳାଙ୍କ ନାଁ ପ୍ରଜ୍ଞା ପରମିତା । ତାଙ୍କ ବୟସ ୩୩ ବର୍ଷ, ଘର ଭୁବନେଶ୍ବର ରସୁଲଗଡ଼ ଭାଗବତ ସନ୍ଧାନ ଅଞ୍ଚଳରେ ବୋଲି ଜଣାପଡିଛି।

ରାତିରେ ସାମ୍‌ନା ଘରେ ଭୋଜି କରିବା ପରେ ସକାଳୁ ସକାଳୁ ପ୍ରଜ୍ଞା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ତେବେ ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ନେଇ ପ୍ରଜ୍ଞା ଜୀବନ ହାରିଥିବା ଅଭିଯୋଗ ହୋଇଛି।