ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର

ନୂଆଦିଲ୍ଲୀ,୨୫/୮: ଭୂମିକମ୍ପରେ ଥରି ଉଠିଲା ଜମ୍ମୁ-କାଶ୍ମୀର । ଡୋଡା ଓ କିସ୍ତୱାଡ ଜିଲ୍ଲାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଘଣ୍ଟାକ ମଧ୍ୟରେ ଦୁଇଥର ଝଟକା ଅନୁଭୂତ ହୋଇଛି । ପ୍ରଥମ ଝଟକାର ତୀବ୍ରତା ରିକ୍ଟର ସ୍କେଲରେ ୩.୨ ଥିବାବେଳେ ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୪.୧ ଥିବା ଜଣାପଡିଛି । ଏଥିରେ କୌଣସି ଧନଜୀବନ କ୍ଷୟକ୍ଷତିର ସୂଚନା ଏଯାଏଁ ମିଳିନାହିଁ । ସୂଚନା ମୁତାବକ, ଭୂମିକମ୍ପର କେନ୍ଦ୍ରସ୍ଥଳୀ କଟରାଠାରୁ ୬୨ କିଲୋମିଟର ଦୂର ଉତ୍ତରପୂର୍ବରେ ୫ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା । ପୂର୍ବ ସୂଚନା ମୁତାବକ, ଅଗଷ୍ଟ ୨୨ ତାରିଖରେ ମଧ୍ୟ ଜମ୍ମୁ-କାଶ୍ମୀରରେ ଭୂମିକମ୍ପ ସୃଷ୍ଟି ହୋଇଥିଲା । ଏହା ମଧ୍ୟ ଅଗଷ୍ଟ ୨୨ ତାରିଖ ରାତି ପାଖାପାଖି ୨ଟା ୨୦ ମିନିଟରେ ଅନୁଭୂତ ହୋଇଥିଲା ।