ଡିସେମ୍ବର ୨୭ରୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ଭୁବନେଶ୍ୱର,୨୪/୮: ଡିସେମ୍ବର ୨୭ରୁ ବରଗଡ ଧନୁଯାତ୍ରା । ବିଶ୍ୱ ପ୍ରସିଦ୍ଧ ଏହି ଧନୁଯାତ୍ରା ପାଇଁ ତାରିଖ ଘୋଷଣା ହୋଇଛି । ୧୧ ଦିନ ଧରି ଏହି ଯାତ୍ରା ବରଗଡ ସହରରେ ଚାଲିବ । ଚଳିତ ବର୍ଷ ଡିସେମ୍ବର ୨୭ରୁ ଯାତ୍ରା ଆରମ୍ଭ ହୋଇ ଜାନୁଆରୀ ୬ ଯାଏ ଯାତ୍ରା ଚାଲିବ । ଧନୁଯାତ୍ରା ପ୍ରସ୍ତୁତୁ ବୈଠକ ପରେ ବରଗଡ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି ।