ଦାୟିତ୍ୱରେ ଅବହେଳା ପାଇଁ ୨ ଶିକ୍ଷକ ନିଲମ୍ବିତ

ଭୁବନେଶ୍ୱର,୨୩/୮: ଶିକ୍ଷକ ଦାୟିତ୍ୱ ରେ ଅବହେଳା କରିବାରୁ ଛାତ୍ରଙ୍କ ଜୀବନ ଚାଲିଯାଇଛି। ଏହାପରେ ଦାୟିତ୍ୱରେ ଅବହେଳା ପାଇଁ ୨ ଶିକ୍ଷକ ନିଲମ୍ବିତ ହୋଇଛନ୍ତି।  ଜରଡ଼ି ସେବାଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ପ୍ରତାପ ମିଶାଲ ନିଲମ୍ବିତ ଓ ସହକାରୀ ଶିକ୍ଷକ ଅଶୋକ ପାଣିଗ୍ରାହୀ ନିଲମ୍ବିତ ହୋଇଛନ୍ତି। ଜିଲ୍ଲାପାଳ ନିଲମ୍ବନ କରିଥିବା ନେଇ ଜିଲ୍ଲା ମଙ୍ଗଳ ଅଧତ୍କାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ୨୦ରେ ଜରଡ଼ି ସେବାଶ୍ରମ ସ୍କୁଲର ୨ ଛାତ୍ର ବାଡିଆପିଟା ହୋଇଥିଲେ। ଷଷ୍ଠ ଶ୍ରେଣୀ ଛାତ୍ରର ମାଡ଼ରେ ପ୍ରଥମ ଶ୍ରେଣୀ ଛାତ୍ର ଗୁରୁତର ହୋଇଥିଲେ। MKCGରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା