ପୁରୀରେ ଆଉ ୨ ଦିନ ସ୍କୁଲ ବନ୍ଦ

ପୁରୀ,୨୧/୮: ରାଜ୍ୟରେ ଏବେ ବର୍ଷା ଲାଗି ରହିଛି। ତେଣୁ ବନ୍ୟା ଭଳି ସମସ୍ୟା ଉପୁଜିଛି। ପୁରୀ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଉ ୨ ଦିନ ସ୍କୁଲ ବନ୍ଦ ରହିିିବ। ସୋମବାର ଓ ମଙ୍ଗଳବାର ବନ୍ଦ ରହିବ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍କୁଲ।  ସେଥିପାଇଁ ପାଣି ଘେରରେ ଥିବା ସ୍କୁଲ ଗୁଡ଼ିକର ଛୁଟି ଆଉ ୨ ଦିନ ବଢିଛିମ ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାସହ ଅନ୍ୟ ବନ୍ୟା ପ୍ରଭାବିତ ଜିଲ୍ଲାରେ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି।