ମୟୂରଭଞ୍ଜ ଓ ବାଲେଶ୍ୱରରେ ବନ୍ୟା ନିଶ୍ଚିତ

ଭୁବନେଶ୍ୱର,୨୧/୮: ରାଜ୍ୟରେ ଏବେ ବର୍ଷା ଲାଗି ରହିଛି। ଏହାରି ମଧ୍ୟରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ନିଶ୍ଚିତ ହେବ ବୋଲି ସୂଚନା ମିିଳିଛି। ବନ୍ୟାର ପ୍ରକୋପ ଟିକେ ଅଧିକ ରହିବ ବୋଲି କହିଛନ୍ତି ଏସଆରସି। ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷିଛି। ସେହିପରି ଝାଡ଼ଖଣ୍ଡରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି।

ଅନ୍ୟପଟେ ବର୍ତ୍ତମାନ ଗାଲୁଡିହି ବ୍ୟାରେଜର ୧୬ଟି ଗେଟ୍ ଖୋଲା ରହିଛି। ଫଳରେ ପ୍ରାୟ ୫ ଲକ୍ଷ କ୍ୟୁସେକ୍ ପାଣି ଆସୁଛି। ତେଣୁ ସୁବର୍ଣ୍ଣରେଖା ଅବବାହିକାରେ ନିଶ୍ଚିତ ବନ୍ୟା ହେବ। ୫୮ଟି ଅତିରିକ୍ତ ରେସ୍କ୍ୟୁ ଟିମ୍ ୨ ଜିଲ୍ଲାକୁ ଯାଇଛନ୍ତି।