ନୂଆଦିଲ୍ଲୀ,୨୦/୮: ପାକିସ୍ତାନକୁ ବଡ଼ ଝଟକା । ଆସନ୍ତା ୨୭ ରୁ ଆରମ୍ଭ ହେବାକୁ ଥିବା ଏସିଆ କପ ପୂର୍ବରୁ ପାକିସ୍ତାନକୁ ବଡ଼ ଝଟକା ଲାଗିଛି। ଦଳର ଷ୍ଟାର ବୋଲର ଶାହୀନ ଆଫ୍ରିଦି ଏସିଆ କପରୁ ବାଦ ପଡ଼ିଛନ୍ତି । ଆହତ ସମସ୍ୟା ଦେଇ ଗତି କରୁଥିବାରୁ ତାଙ୍କୁ ଏସିଆ କପରୁ ବାଦ ଦିଆଯାଇଛି ।
ବାମହାତୀ ଶାହୀନ ଆଫ୍ରିଦି ନିଜର ସୁଇଂ ବୋଲିଂରେ ସମସ୍ତ ବ୍ୟାଟ୍ସମ୍ୟାନ୍ଙ୍କୁ ଚକମା ଦିଅନ୍ତି । ଟି-୨୦ ବିଶ୍ୱକପ୍ରେ ଭାରତ ବିପକ୍ଷ ମ୍ୟାଚ୍ରେ ମଧ୍ୟ ଆଫ୍ରିଦିଙ୍କ ଜଲୱା ଦେଖିବାକୁ ମିଳିଥିଲା । ଏବେ ତାଙ୍କ ଅନୁପସ୍ଥିତି ଏସିଆ କପରେ ପାକିସ୍ତାନକୁ ମହଙ୍ଗା ପଡ଼ିପାରେ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ ଯେ ଆହତ ସମସ୍ୟା ଦେଇ ଗତି କରୁଥିବା ଶାହୀନଙ୍କୁ ମେଡିକାଲ ପରାମର୍ଶଦାତା କମିଟି ୪ରୁ ୬ ସପ୍ତାହ ବିଶ୍ରାମ ନେବାକୁ କହିଛି । ଏହାର ଅର୍ଥ ସେ ଟି-୨୦ ଏସିଆ କପ ଖେଳିପାରିବେ ନାହିଁ । ସେହିପରି ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ ନାହିଁ। ନିକଟରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଶାହୀନ ଆହତ ହୋଇଥିଲେ। ସେ ଫିଲ୍ଡିଂ କରୁଥିବା ବେଳେ ଆଣ୍ଠୁ ଲିଗାମେଣ୍ଟ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ତାଙ୍କୁ ଖେଳ ମଝିରୁ ପଡ଼ିଆ ମଧ୍ୟ ଛାଡ଼ିବାକୁ ପଡ଼ିଥିଲା । ଏନେଇ ଚିକିତ୍ସା ଚାଲିଥିଲେ ମଧ୍ୟ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ତେଣୁ ତାଙ୍କୁ ୪ରୁ ୬ ସପ୍ତାହ ବିଶ୍ରାମ ନେବାକୁ ପଡ଼ିବ ।