ଅଗଷ୍ଟ ୨୭ରେ ହେବ ASO ପରୀକ୍ଷା

ଭୁବନେଶ୍ୱର,୨୦/୮: ଅଗଷ୍ଟ ୨୭ରେ ASO ପରୀକ୍ଷା ହେବ । ଆସନ୍ତା ଶନିବାର ASO ପରୀକ୍ଷା ହେବା ନେଇ ସ୍ପଷ୍ଟ କରିଛନ୍ତି ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଓପିଏସସି ଅଧ୍ୟକ୍ଷ । ପୂର୍ବରୁ ବନ୍ୟା କାରଣରୁ ASO ପରୀକ୍ଷା ଘୁଞ୍ଚାଇଥିଲା ଓପିଏସସି । ପୂର୍ବରୁ ୨୧ ଅଗଷ୍ଟରେ ASO ପରୀକ୍ଷା ହେବା ନେଇ ସ୍ଥିର ହୋଇଥିଲା । କିନ୍ତୁ ବନ୍ୟା କାରଣରୁ ଏହି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ ଓପିଏଏସି ଅଧ୍ୟକ୍ଷ । ତେବେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା ପରେ ASO ପରୀକ୍ଷା ଆସନ୍ତା ୨୭ ତାରିଖରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବବତ ASO ପରୀକ୍ଷା ୩ଟି ସିଟିଂରେ ହେବ । ସକାଳ ୯ରୁ ଅପରାହ୍ନ ୪.୩୦ ଯାଏଁ ପରୀକ୍ଷା ଅନୁଷ୍ଠିତ ହେବ ।