ମାଓ ସ୍ଥିତି ଓ ଅପରାଧର ସମୀକ୍ଷା ପରେ ଡିଜିପି ଅଭୟଙ୍କ ପ୍ରତିକ୍ରିୟା

ମାଲକାନଗିରି, ୧୪/୧୨: ମାଲକାନଗିରିରେ ମାଓ ସ୍ଥିତି ଓ ଅପରାଧର ସମୀକ୍ଷା ପରେ ଡିଜିପି ଅଭୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସ୍ବାଭିମାନ ଅଞ୍ଚଳରେ ମାଓ ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ୧୦ ବର୍ଷ ଭିତରେ କୋରାପୁଟରେ ସର୍ବାଧିକ ଗଞ୍ଜେଇ ଜବତ ହୋଇଛି। ଗତବର୍ଷ ୬୧୮ କୁଇଣ୍ଟାଲ ଓ ଏବର୍ଷ ୧୨୯୧ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଇନ୍‌ଫୋସିଟି ନାବାଳିକା ଦୁଷ୍କର୍ମ ମାମଲାରେ ୪ ଜଣ ଗିରଫ ହୋଇଛନ୍ତି ବୋଲି ଡିଜିପି ଅଭୟ କହିଛନ୍ତି।