ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ଜଳ

ଭୁବନେଶ୍ୱର,୧୮/୮: ରାଜ୍ୟରେ ଲାଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ଉପୁଜିଛି । ଏହାସହ ଏହି ପରିସ୍ଥିତି ଆହୁରି ୪ରୁ ୫ଦିନ ଲାଗି ରହିବ । ଅନ୍ୟପଟେ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ମହାନଦୀକୁ ଛାଡି ଅନ୍ୟ ନଦୀର ଜଳସ୍ତର କମୁଛି । ବର୍ତ୍ତମାନ ମୁଣ୍ଡଳିରେ ଜଳସ୍ତର କମିବାରେ ଲାଗିଛି । ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ଜଳ । ପାଖାପାଖି ୧୦ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ । ୩ରୁ ୪ଦିନ ଭିତରେ ୮ରୁ ୯ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବ । ତେବେ ହୀରାକୁଦରେ ଯେତିକି ଗେଟ୍ ଖୋଲାଯାଇଛି ସେଥି ମଧ୍ୟରୁ କେତୋଟି ଗେଟ୍ ବନ୍ଦ କରାଯିବ ସେନେଇ ଆଜି ସନ୍ଧ୍ୟା ସୁଦ୍ଧା ନିସ୍ପତ୍ତି ନିଆଯିବ । ଯେହେତୁ ହୀରାକୁଦରେ ଜଳସ୍ତର କମୁଛି ତେଣୁ ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଗେଟ୍ ବନ୍ଦ କରାଯିବ ନେଇ ନିସ୍ପତ୍ତି ନିଆଯିବ । ସୂଚନା ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରରେ ଏବେ ଜଳସ୍ତର ୬୨୪.୬୯ଫୁଟ୍ ରହିଛି । ଏବେ ବି ହୀରାକୁଦ ଜଳଭଣ୍ଡାରରୁ ୪୦ଟି ସୁଇସ୍ ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ଲକ୍ଷ ୬୬ହଜାର ୫୭୪ କ୍ୟୁସେକ ଜଳ ପ୍ରବେଶ ହେଉଛି ।