ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହେବ ଅବପାତ

ଭୁବନେଶ୍ୱର,୧୫/୮: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଏବେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଅତିକ୍ରମ କରିଛି । ଏହି ତୀବ୍ରତା ଆଗାମୀ ୧୨ ଘଣ୍ଟା ଯାଏଁ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଏବେ ଅବପାତ ଉତ୍ତର ଛତିଶଗଡ଼ ଓ ଏହାର ପାଶ୍ୱବର୍ତ୍ତୀ ତଥା ପୂର୍ବ-ମଧ୍ୟପ୍ରଦେଶରେ ସକ୍ରିୟ ରହିଛି । ଯାହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବିଶେଷକରି ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼ ଓ ବଲାଙ୍ଗୀର ବର୍ଷା ଜାରି ରହିବାର ସମ୍ଭାବନା ରହିଛି ।