ପୁଣି ଶ୍ରୀମନ୍ଦିର ଉପରେ ଚଢ଼ିଲେ ଜଣେ ଯୁବକ

ପୁରୀ,୧୪/୮: ପୁରୀ ଶ୍ରୀମନ୍ଦିର ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୁଣି ଶ୍ରୀମନ୍ଦିର ଉପରେ ଚଢ଼ିଲେ ଜଣେ ଯୁବକ। ଯୁବକ ଘଣ୍ଟି ଦ୍ୱାର ଦେଇ ନାଟମଣ୍ଡପ ଉପରେ ଚଢ଼ିଛନ୍ତି। ଚୁନରା ତାଙ୍କୁ ଉଦ୍ଧାର କରି ଜେଟିପିଙ୍କୁ ହସ୍ତାନ୍ତର ପରେ ସିଂହଦ୍ଵାର ଥାନାରେ ଯୁବକ ଅଟକ ରହିଛନ୍ତି। ଯୁବକ ଜଣକ ହେଲେ ଗଞ୍ଜାମର ୩୨ ବର୍ଷିୟ ଜିତୁ ଗୌଡ଼ । କାହିଁକି ଚଢ଼ିଲେ ଶ୍ରୀମନ୍ଦିର ଉପରେ ସେ ନେଇ ତଦନ୍ତ ଚାଲିଛି। ଯୁବକ କିଭଳି ଚଢ଼ିଲେ ସେନେଇ ସିଟି ଡିଏସପି ସିଂହଦ୍ୱାର ଥାନାରେ ପହଞ୍ଚି ପଚରାଉଚରା କରୁଛନ୍ତି। ସେପଟେ ଶ୍ରୀମନ୍ଦିର ଉପରେ ଏଭଳି ଚଢ଼ିବା ହେଉଛି ଚତୁର୍ଥ ଘଟଣା।