ଅବପାତର ରୂପ ନେଲା ସୁଦୃଶ୍ୟ ଲଘୁଚାପ

ଭୁବନେଶ୍ୱର,୧୪/୮: ଅବପାତର ରୂପ ନେଲା ସୁଦୃଶ୍ୟ ଲଘୁଚାପ । ବାଲେଶ୍ୱରର ପୂର୍ବ ଓ ଉତ୍ତର-ପୂର୍ବରେ ଅବପାତ ରହିଛି । ବାଲେଶ୍ୱର ଠାରୁ ୯୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି । ଦୀଘାର ଦକ୍ଷିଣ-ପୂର୍ବରେ ୧୦ କିମି ଦୂରରେ ଅବପାତ ରହିଛି । ଏହା ଆଗକୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଅବପାତ ରୂପରେ ରହିବ । ଆସନ୍ତା ୬ ଘଣ୍ଟାରେ ଏହା ସ୍ଥଳଭାଗ ଛୁଇଁପାରେ । ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ମଧ୍ୟରେ ଅତିକ୍ରମ କରିବା ସମ୍ଭାବନା ରହିଛି ।