ମୟୂରଭଞ୍ଜର ୨ଟି ପ୍ରମୁଖ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨/୮: ମୟୂରଭଞ୍ଜରେ ଦୁଇଟି ବୃହତ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬୮୫ କୋଟି ଟଙ୍କା ବ୍ୟୟରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ,ଅତିରିକ୍ତ ୧୭ ହଜାର ୧୨୧ ହେକ୍ଟର ଚାଷ ଜମି ପାଇଁ ଜଳସେଚନ ସୁବିଧା ରହିବ । ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୫୫ ହଜାର ଚାଷୀ ଉପକୃତ ହେବେ । କରଂଜିଆ ହାତୀବାରିରେ ଦେଓ ଜଳସେଚନ ପ୍ରକଳ୍ପ ୮୨୩ କୋଟି ବ୍ୟୟରେ ହୋଇଛି । ଦେଓ ନଦୀ ଉପରେ ନିର୍ମିତ ୧୨୮୦ ମିଟର ଦୈର୍ଘ୍ୟ ବିଶିଷ୍ଟ ବନ୍ଧ ରହିଛି । ଉଭୟ ବାମ ଏବଂ ଦକ୍ଷିଣ ପାର୍ଶ୍ୱରେ ୫୮ କି.ମି କେନାଲ ରହିଛି । ୯୯ଶହ ହେକ୍ଟର ଚାଷ ଜମି ପାଇଁ ଜଳସେଚନ ସୁବିଧା ରହିଛି । ମୟୂରଭଞ୍ଜ ଜିଲ୍ଲାର ୨ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ ଦ୍ୱାରା ୨୭ ହଜାର ହେକ୍ଟରରୁ ଅଧିକ ଚାଷ ଜମି ଜଳସେଚିତ ହେବ । ୧୦୦ଟି ଗ୍ରାମର ପ୍ରାୟ ୨ ଲକ୍ଷ ଲୋକ ଏହାଦ୍ୱାରା ଉପକୃତ ହେବେ ।