ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍

ଭୁବନେଶ୍ୱର,୧୧/୮ : ହୀରାକୁଦର ଆଉ ୪ଟି ଗେଟ୍ ଖୋଲିଛି । ବନ୍ୟାଜଳ ଅଧିକ ପ୍ରବେଶ କରୁଥିବାରୁ ଗେଟ୍ ଖୋଲାଯାଇଛି । ମୋଟ ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୫.୬୦ ଫୁଟ ରହିଛି । ୪ଲକ୍ଷ ୨୧ହଜାର ୫୮୯ କ୍ୟୁସେକ ଦଳ ପ୍ରବେଶ କରୁଛି । ୨ଲକ୍ଷ ୫୪ ହଜାର ୧୪୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସେପଟେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ତେବେ ବର୍ଷା ଯୋଗୁଁ ମହାନଦୀ ସହ ଏହାର ଉପନଦୀ ଓ ଶାଖା ନଦୀ ଫୁଲିବ । ଦକ୍ଷିଣ ଓଡିଶାର ସମସ୍ତ ନଦୀ ଏବଂ ବୈତରଣୀରେ ପାଣି ଫୁଲିବାର ମଧ୍ୟ ସମ୍ଭାବନା ରହିଛି । ଗତ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ଆଗକୁ ଦୁଇଟି ଲଘୁଚାପ ଥିବା ଯୋଗୁଁ ଉଭୟ ଉପର ଓ ତଳମୁଣ୍ଡରେ ବର୍ଷାର ପ୍ରକୋପ ରହିଥିବାରୁ ରାଜ୍ୟର ପ୍ରମୁଖ ନଦୀଗୁଡିକ ବନ୍ୟା ଆଣିବା ନେଇ ଆଶଙ୍କା ଦୃଢ ହୋଇଛି । ମତ୍ସ୍ୟଜୀବୀଙ୍କୁ ମଧ୍ୟ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।