ତୁରନ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ରାଜ୍ୟ ସରକାରଙ୍କ ନିର୍ଦେଶ

ଭୁବନେଶ୍ୱର, ୧୪/୧୨: ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି। ଏହାରି ମଧ୍ୟରେ ତୁରନ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ଏନେଇ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ କମିଟି ସହ ଆଲୋଚନା କରି କୋଭିଡ ନିୟମ ମାନିବାକୁ ନିର୍ଦେଶ ଦିଆଯାଇଛି। ସେନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।