ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ବର,୮/୮: ଆଜି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। କଳାରେ ୮୨.୧୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ସେହିପରି ଧନ୍ଦାମୂଳକ ବିଷୟରେ ୭୦.୩୫ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ଅପରାହ୍ନ ୪ଟାରେ ଭୁବନେଶ୍ବରସ୍ଥିତ ପରିଷଦ କାର୍ଯ୍ୟାଳୟରେ ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ଅଶ୍ବିନୀ ମିଶ୍ର ପରୀକ୍ଷା ଫଳ ଘୋଷଣା କରିଛନ୍ତି।

ପରୀକ୍ଷାର୍ଥୀମାନେ ନିଜ ନିଜ ଫଳାଫଳ www.orissaresults.nic.in ୱେବସାଇଟ୍‌ ମାଧ୍ୟମରେ ସନ୍ଧ୍ୟା ୫ଟାରୁ ଜାଣି ପାରିବେ। ସେହିପରି ଛାତ୍ରଛାତ୍ରୀ ନିଜର ମାର୍କସିଟକୁ ମଧ୍ୟ ଡାଉନଲୋଡ଼ କରିପାରିବେ। ଏଥିସହ ଛାତ୍ରଛାତ୍ରୀମାନେ ନିଜର ରୋଲ୍‌ ନମ୍ବର ଦାଖଲ କରି ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ବି ପରୀକ୍ଷା ଫଳ ଜାଣିପାରିବେ। ଏଥିସହ ସାମ୍‌ସ କଲେଜ ଇ-ସ୍ପେସ୍‌ରେ ମଧ୍ୟ ପରୀକ୍ଷାର୍ଥୀ ଫଳ ପାଇପାରିବେ। ସୂଚନାଯୋଗ୍ୟ କଳା ବିଭାଗରେ ଏଥର ୨,୧୩ ,୪୦୬ ଓ ଧନ୍ଦାମୂଳକରେ ୫,୮୬୩ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।