ଓଡ଼ିଶା ପାଇଁ ଅଚ୍ଛେଦିନ୍ ଆସିଛି: ଅମିତ ଶାହା

ଭୁବନେଶ୍ୱର,୮/୮: ରାଜ୍ୟ ପାଇଁ ବର୍ତ୍ତମାନ ଅଚ୍ଛେ ଦିନ ଆସିଛି । କଟକରେ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଏହି ପ୍ରତିକ୍ରିୟା ରଖିଛନ୍ତି ଅମିତ ଶାହ । ସେ କହିଛନ୍ତି ଯେତେବେଳେ ମଧ୍ୟ ମୁଁ ଓଡିଶା ଆସିଛି ମନକୁ ଭକ୍ତି ଭାବ ଆସିଛି । ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନକରୁଛି । ଉକ୍ରଳ କେଶରୀ ହରେକୃଷ୍ଣ ମହତାବ ଦେଶ ପାଇଁ ଗୌରବ । ପ୍ରଜାତନ୍ତ୍ର ୭୫ ବର୍ଷ ପୂର୍ତ୍ତି ପାଳନ ଏକ ବଡ କଥା । ପ୍ରଜାତନ୍ତ୍ର ଲୋକଙ୍କ ସ୍ୱର ସାଜିବା କମ କଥା ନୁହେଁ । ଆଜି ଦେଶର ସର୍ବୋଚ୍ଚ ପଦରେ ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ରହିଛନ୍ତି । ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ଏହି ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଆସିବା ଓଡିଶା ପାଇଁ ଅଚ୍ଛେ ଦିନର ସଙ୍କେତ । ଏହା ଦେଶ ପାଇଁ ଗୌରବର କଥା । ରାଜ୍ୟ ଉପରେ ଅନେକ ଗୁରୁ ଦାୟିତ୍ୱ ରହିଛି । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମାରୋହରେ ଉପସ୍ଥିତ ରହିଥିଲେ ।