ଇତିହାସ ରଚିଲା ଇସ୍ରୋ, ଲଞ୍ଚ କଲା ଭାରତର ପ୍ରଥମ କ୍ଷୁଦ୍ର ସାଟେଲାଇଟ

ନୂଆଦିଲ୍ଲୀ,୭/୮: ଇସ୍ରୋ ଆଜି ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାର ପ୍ରଥମ କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ଯାନ ଏସଏସଏଲଭି-ଡି୧ ଉତକ୍ଷେପଣ କରିଛି ଏବଂ ଏକ ପୃଥିବୀ ପର୍ୟ୍ୟବେକ୍ଷଣ ଉପଗ୍ରହ (ଇଓଏସ-୦୨) ଏବଂ ଛାତ୍ରଙ୍କ ଦ୍ୱାରା ନିର୍ମିତ ଉପଗ୍ରହ ‘AzadiSAT’ ସହିତ ଉତ୍ କ୍ଷେପଣ କରିଛି। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ଇସ୍ରୋ ମିଶନ୍ କଣ୍ଟ୍ରୋଲ ସେଣ୍ଟର ଲଗାତାର ଲିଙ୍କ୍ ହାସଲ କରିବାକୁ ପ୍ର୍ରୟାସ ଜାରି ରଖିଛି । ଲିଙ୍କ ସ୍ଥାପନ ହୋଇଗଲେ ଏ ବାବଦରେ ସାରା ଦେଶକୁ ସୂଚାଇଦିଆଯିବ । EOS02 ଏକ ଆର୍ଥ ଅବଜରଭେସନ୍ ସାଟେଲାଇଟ୍ । ଅନ୍ତରୀକ୍ଷରେ ଏହା ୧୦ ମାସ ପାଇଁ କାର୍ଯ୍ୟକ୍ଷମ ହୋଇ ରହିବ ।

୮କେଜି ଓଜନର ଏହି ସାଟେଲାଇଟରେ ରହିଛି ସେଲଫି କ୍ୟାମେରା । ଯାହା ସମସ୍ତ ପ୍ୟାନେଲ ଓ ଦୂରସଂଚାର ଟ୍ରାନ୍ସପୋଣ୍ଡରର ଫଟୋ ଉତ୍ତୋଳନ କରିବାକୁ ସକ୍ଷମ ।ଏହା ରାତି ସମୟରେ ମଧ୍ୟ ଅନ୍ତରୀକ୍ଷରୁ ପୃଥିବୀପୃଷ୍ଠର ଫଟୋ ଉତ୍ତୋଳନ କରିପାରିବ । ଏହା ବ୍ୟତୀତ ସ୍ପେଶ୍ କିଡଜ ଇଣ୍ଡିଆ ନାମକ ସ୍ପେଶ୍ ଏଜେନ୍ସିର ଷ୍ଟୁଡେଣ୍ଟଣ୍ଟ ସାଟେଲାଇଟ୍ ଆଜାଦିସୈଟ୍ ମଧ୍ୟ ପ୍ରେରଣ କରାଯାଇଛି ।