ଆସନ୍ତା ୧୧ ତାରିଖ ଯାଏ ପ୍ରବଳ ବର୍ଷ ସମ୍ଭାବନା

ଭୁବନେଶ୍ବର,୭/୮: ଲଘୁଚାପ ସୃଷ୍ଟି ହେବା ଫଳରେ ଆଜିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୧୧ ତାରିଖ ଯାଏ ଏଭଳି ସ୍ଥିତି ଲାଗି ରହିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଆଜିଠାରୁ ସମୁଦ୍ର ଅଶାନ୍ତ ରହିବ। ଏଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଛି। ଆଜି ପାଇଁ ୧୧ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଚେତାବନୀ ଦିଆଯାଇଛି। ଠିକ୍ ସେହିପରି ତଳୁଆ ଚାଷଜମିରୁ ବର୍ଷା ଜଳ ନିଷ୍କାସନ ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି।