ଉପରାଷ୍ଟ୍ରପତି ନିର୍ବାଚନରେ ଜଗଦୀପ ଧନଖଡ ବିଜୟୀ

ନୂଆଦିଲ୍ଲୀ, ୬/୮: ଦେଶର ପରବର୍ତ୍ତୀ ଉପ-ରାଷ୍ଟ୍ରପତି ଭାବେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖର ନିର୍ବାଚିତ ହୋଇଛନ୍ତି। ସେ ବିରୋଧୀ ପ୍ରାର୍ଥୀ ମାର୍ଗେଟ ଅଲଭାଙ୍କୁ ପରାସ୍ତ କରିଛନ୍ତି। ଜଗଦୀପଙ୍କୁ ୫୨୮ ଭୋଟ ମିଳିଥିବାବେଳେ ଆଲଭାଙ୍କୁ ୧୮୨ ଭୋଟ ମିଳିଛି।ସୂଚନାଯୋଗ୍ୟ ଯେ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାୟ ୯୩ ପ୍ରତିଶତ ଭୋଟ ରେକର୍ଡ କରାଯାଇଥିଲା।