ପୁୁଣି ଲଗାତର ତୃତୀୟ ଥର ପାଇଁ ବଢ଼ିଲା ରେପୋ ରେଟ୍

ଭୁବନେଶ୍ୱର,୫/୮: ପୁୁଣି ଲଗାତର ତୃତୀୟ ଥର ପାଇଁ ରେପୋ ରେଟ୍ ବଢାଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ୫୦ ପ୍ରତିଶତ ରେପୋ ରେଟ ବୃଦ୍ଧି ପରେ ଏହା ୫.୪ ପ୍ରତିଶତରେ ପହଞ୍ଚିଛି । ଚଳିତ ଆର୍ଥିକ ବର୍ଷରେ ୩ ଥରରେ ୧.୪ ପ୍ରତିଶତ ସୁଧହାର ବଢ଼ାଇଛି ରିଜର୍ଭ ବ୍ୟାଙ୍କ । ସାରା ବିଶ୍ୱରେ ମୁଦ୍ରାସ୍ଫୀତି ଚିନ୍ତାଜନକ ଥିବା ବେଳେ ଭାରତରେ ସ୍ଥିତି ସୁଧାରିବାକୁ ଅଣ୍ଟା ଭିଡିଛି କେନ୍ଦ୍ରୀୟ ବ୍ୟାଙ୍କ । ଯାହାଫଳରେ ଗୃହଋଣର ମାସିକ କିସ୍ତି, ବଢ଼ିବ କାର୍ ଲୋନ୍, ପର୍ସନାଲ୍ ଲୋନର ଇଏମ୍ଆଇ ବଢିବ।

ରେପୋ ରେଟ୍ ବା ସୁଧହାର ୫୦ ବେସିସ୍ ପଏଣ୍ଟ ବା ୦.୫ ପ୍ରତିଶତ ବୃଦ୍ଧି ପାଇଛି । ଚଳିତ ଆର୍ଥିକ ବର୍ଷରେ ୩ ଥର ରେପୋ ରେଟ୍ ବୃଦ୍ଧି ପାଇଁ ୫.୪୦ ପ୍ରତିଶତରେ ପହଁଚିଛି । ରିଜର୍ଭ ବ୍ୟାଙ୍କର ମୁଦ୍ରନୀତି କମିଟିରେ ଏହି ନିଷ୍ପତି ନିଆଯାଇଛି ।