ଶ୍ରୀମନ୍ଦିର ଗର୍ଭଗୃହ ଭିତରେ ଖସିଲା ଚୂନ

ପୁରୀ,୩/୮: ଶ୍ରୀମନ୍ଦିରର ଗର୍ଭଗୃହ ଭିତରେ ଏକ ଚୂନ ଖଣ୍ଡ ଖସିପଡ଼ିଥିବା ଜଣାପଡ଼ିଛି । ଖସିପଡ଼ିଥିବା ଚୂନ ଖଣ୍ଡର ଓଜନ ପ୍ରାୟ ଦେଢ଼ କିଲୋର ହେବ ବୋଲି କୁହାଯାଉଛି । ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ କୌଣସି ଆଘାତ ଲାଗିନାହିଁ ବୋଲି ସୂଚନା ରହିଛି। ଏହି ଘଟଣା ଦୁଇ ଦିନ ତଳର ବୋଲି ଜଣାପଡ଼ିଛି। ତେବେ କେତେକ ଗର୍ଭଗୃହରେ ଖସିପଡ଼ିଥିବା ଖଣ୍ଡଟି ଚୂନ ନୁହେଁ, ପଥର ହୋଇପାରେ ବୋଲି ଦାବି କରୁଛନ୍ତି। ମାତ୍ର ପ୍ରଶାସନ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ ସୂଚନା ଜାରି କରାଯାଇନାହିଁ।