ଆଇପିଏସ୍‌-ଓପିଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର,୨/୮: ଆଇପିଏସ୍‌ ଓ ଓପିଏସ୍‌ ସ୍ତରରେ ଅଦଳବଦଳ ହୋଇଛି। ପ୍ରହ୍ଲାଦ ସହାଇ ମୀନାଙ୍କୁ ବୌଦ୍ଧର ନୂଆ ଏସ୍‌ପି ଭାବେ ନିଯୁକ୍ତି ମିଳିଛି। କ୍ରାଇମ୍ ଡିସିପି ପ୍ରମୋଦ ରଥଙ୍କୁ ଦେବଗଡ଼ ଏସ୍‌ପି ଭାବେ ଦାୟିତ୍ବ ମିଳିଛି। ସେହିପରି ଚିତ୍ତ ରଞ୍ଜନ ସାମନ୍ତ ହେଲେ କମ୍ପ୍ୟୁଟର ଏସ୍‌ପି (ଭୁବନେଶ୍ବର)। ପଦୋନ୍ନତି ମିଳିବା ପରେ ସୁଦାମ ସାହୁଙ୍କୁ କଟକ-ଭୁବନେଶ୍ୱର କ୍ରାଇମ ଡିସିପି ଭାବେ ନିଯୁକ୍ତି ମିଳିଛି। ସୟଦ ମୁଜିବୁର ରେହମାନଙ୍କୁ ସିଗନାଲ ଏସ୍‌ପି ଦାୟିତ୍ବ ମିଳିଛି।