ମୌସୁମୀ ଦୁର୍ବଳ: ୩ଦିନ ପ୍ରବଳ ଖରା

ଭୁବନେଶ୍ୱର,୨/୮: ଦୁର୍ବଳ ମୌସୁମୀ ପାଇଁ ରାଜ୍ୟରେ ଜାରି ରହିଛି ତାତି । ଆସନ୍ତା ୩ ଦିନ ତାତିରୁ ନାହିଁ ନିସ୍ତାର । ମେଘମୁକ୍ତ ଆକାଶ ପାଇଁ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଛି ତାପମାତ୍ରା । ୪ ତାରିଖ ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୫ ତାରିଖ ସୁଦ୍ଧା ରାଜ୍ୟର ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଅଗଷ୍ଟରେ ସ୍ବାଭାବିକ ବର୍ଷା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ୯୪ରୁ ୧୦୬ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି । ଦକ୍ଷିଣ, ପଶ୍ଚିମ କେନ୍ଦ୍ରୀୟ ଭାରତ ଓ ଉତ୍ତର ଭାରତକୁ ଛାଡ଼ି ପଶ୍ଚିମ ଉପକୂଳ ଏବଂ ପୂର୍ବ-କେନ୍ଦ୍ରୀୟ ଭାରତରେ କମ୍ ବର୍ଷା ହୋଇପାରେ । ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ସ୍ବାଭାବିକ ବର୍ଷା ହେବ ।