ଭାରୋତ୍ତଳନର ଜେରେମୀ ଲଲରିନ୍ନୁଙ୍ଗା ହାସଲ କଲେ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ,୩୧/୭: କମନୱେଲଥ ଗେମ୍ସ ୨୦୨୨ ରେ ଭାରତ ୫ମ ପଦକ ହାସଲ କରିଛି । ଆଜି ଭାରୋତ୍ତଳନର ୬୭ କିଲୋ ମହିଳା ବର୍ଗରେ ଜେରେମୀ ଲଲରିନ୍ନୁଙ୍ଗା ଭାରତ ପାଇଁ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଜେରେମୀ ଲଲରିନ୍ନୁଙ୍ଗା ସ୍ନେଚ ବେଳେ ରେକର୍ଡ କରି ୧୪୦ କିଲୋ ଓଜନ ଉଠାଇଥିଲେ । ସେହିଭଳି କ୍ଲିନ ଆଣ୍ଡ ଜର୍କ ରାଉଣ୍ଡରେ ୧୬୦ କିଲୋ ଓଜନ ଉଠାଇଥିଲେ । ଅର୍ଥାତ ପୁରା ଗେମ୍ସରେ ସେ ୩୦୦ କିଲୋ ଓଜନ ଉଠାଇ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି ।ସବୁଠାରୁ ବଡକଥା କି କମନୱେଲଥ ଗେମ୍ସ ୨୦୨୨ ର ତୃତୀୟ ଦିନ ସୁଦ୍ଧା ଭାରତ ୫ ଟି ପଦକ ହାସଲ କରିଛି । ଏହା ମଧ୍ୟରେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ମୀରାବାଈ ଚାନୁ ୪୯ କିଲୋ ଭାରୋତ୍ତଳନ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।