ଥାନାରେ ହାଜର ହେଲେ ବାବୁସାନ୍

ଭୁବନେଶ୍ୱର,୩୦/୭: ଆଜି ଜନ୍ମଦିନରେ ବାବୁସାନ୍ ଖାରବେଳ ଥାନାରେ ପହଞ୍ଚିଛନ୍ତି। ସେ ମାଆ ଅପରାଜିତା ମହାନ୍ତି ଓ ପାରିବାରିକ ବନ୍ଧୁ ରବି ମିଶ୍ରଙ୍କ ସହ ଜଗନ୍ନାଥ ବିହାର ଘରୁ ବାହାରିଥିଲେ। ଆଜି ଖାରବେଳ ଥାନାରେ ବାବୁସାନ୍ ହାଜର ହୋଇ ପୁଲିସ ଜେରାର ସମ୍ମୁଖୀନ ହେଉଥିବା କୁହାଯାଉଛି। ପୁଲିସ ଇତିମଧ୍ୟରେ ପଚରାଉଚରା ଆରମ୍ଭ କରିଥିବାର ସୂଚନା ରହିଛି। ଅନ୍ୟପଟେ ବାବୁସାନ୍ ଆଜି ନିଜର ଜନ୍ମଦିନରେ ନିଜ ଘର ବାଲକୋନିକୁ ଆସି ସମସ୍ତଙ୍କୁ ନମସ୍କାର କରିଥିଲେ। ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏପଟେ ଆଜି ସକାଳେ ତାଙ୍କ ଘର ସାମ୍ନାରେ ଫ୍ୟାନମାନଙ୍କର ଭିଡ଼ ଲାଗି ରହିଥିଲା।