ଲାଇଭ ମ୍ୟାଚ୍ ଚାଲିଥିବାବେଳେ ଷ୍ଟାଡିୟମରେ ଆତ୍ମଘାତୀ ବିସ୍ଫୋରଣ

ନୂଆଦିଲ୍ଲୀ,୩୦/୭: ଆଫଗାନିସ୍ତାନ ସ୍ଥିତ କାବୁଲ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଟି-୨୦ର ଲାଇଭ ମ୍ୟାଚ୍ ଚାଲିଥିବାବେଳେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଫଳରେ କିଛି ଦର୍ଶକ ଗୁରୁତର ଆହତ ହୋଇଛନ୍ତି । କିନ୍ତୁ ଅଳ୍ପକେ ବର୍ତ୍ତିଛନ୍ତି କ୍ରିକେଟର । ଟି-୨୦ ମ୍ୟାଚ୍ ପାମୀର ଜାଲମି ଓ ବନ୍ଦ-ଏ-ଅମୀର ଡ୍ରାଗନ୍ ମଧ୍ୟରେ ଚାଲିଥିଲା । ଏହି ମ୍ୟାଚରେ ଆଫଗାନିସ୍ତାନ ପାଇଁ ବିଶ୍ୱ କପ୍ ଖେଳିଥିବା କିଛି ଖେଳାଳି ମଧ୍ୟ ସାମିଲ ଥିଲେ । ଆତ୍ମଘାତୀ ବିସ୍ଫୋରଣ ପରେ ଷ୍ଟାଡିୟମରେ ହଇଚଇ ସୃଷ୍ଟି ହୋଇଥିଲା । ଦୁଇ ଦଳର ଖେଳାଳିଙ୍କୁ ତୁରନ୍ତ ବଙ୍କର ଭିତରକୁ ନିଆଯାଇଥିଲା । ବିସ୍ଫୋରଣ ସମୟରେ ସଂଯୁକ୍ତ ରାଷ୍ଟ୍ର ଅଧିକାରୀମାନେ ପଡିଆରେ ଉପସ୍ଥିତ ଥିଲେ ।