ଏହି ଘରୋଇ ଉପାୟରେ ଉଜ୍ଜ୍ୱଳ କରନ୍ତୁ ତ୍ୱଚା, ଜାଣନ୍ତୁ

ତରୁଣୀମାନେ ନିଜର ତ୍ୱଚାକୁ ଗୋରା, କଳାଦାଗ ଓ ବ୍ରଣମୁକ୍ତ କରିବାକୁ ଚାହିଁଥାନ୍ତି । ଏହାସହ ସମସ୍ତେ ଏଥିପାଇଁ ବଜାରରୁ ବିଭିନ୍ନ ପ୍ରକାର କ୍ରିମ ଆଣି ଲଗାଇଥାନ୍ତି । କିନ୍ତୁ ରାସାୟନିକ ପଦାର୍ଥ ଦ୍ୱାରା ତିଆରି ହୋଇଥିବା କ୍ରିମ ଲଗାଇବା ଦ୍ୱାରା ପାଶ୍ୱର୍ପ୍ରତିକ୍ରିୟାର ଭୟ ରହିଥାଏ । ତେଣୁ ହାତ ପାହାନ୍ତରେ ମିଳୁଥିବା ଘରୋଇ ଜିନିଷରେ ତ୍ୱଚାକୁ ଉଜ୍ଜ୍ୱଳ କରିବାର ପ୍ରକ୍ରିୟା ଜାଣି ରଖନ୍ତୁ..

ହଳଦିରେ ଅଳ୍ପ ଟିକେ ଗୋଲାପ ଜଳ ଓ ପାଣି ମିଶାଇ ଏକ ପେଷ୍ଟ ବନାନ୍ତୁ । ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖି ଶୁଖିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ ।
ରାତିରେ ଶୋଇଲା ବେଳେ ମୁହଁକୁ ଭଲ ଭାବେ ଧୋଇ ଅଳ୍ପ ଟିକେ ଆଲୋବେରା ଲଗାଇ ଶୁଅନ୍ତୁ ।
ଖୀରରେ ଅଳ୍ପଟିକେ ଲୁଣ ପକାଇ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ଉଜ୍ଜ୍ୱଳ ହେବା ସହ ବ୍ରଣ ମୁକ୍ତ ହୋଇଥାଏ ।
ଟମାଟୋରେ ଚିନି ପକାଇ ଏକ ପେଷ୍ଟ ବନାନ୍ତୁ । ଏହାପରେ ସେହି ପେଷ୍ଟକୁ ମୁହଁରେ ଲଗାଇ ୧୫ମିନିଟ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ ।