ଦିଲ୍ଲୀ ଓ ହରିୟାଣାରେ ଚାଲିବ ସ୍କାଏ ବସ !

ନୂଆଦିଲ୍ଲୀ,୨୬/୭: କେନ୍ଦ୍ର ସରକାର ନୂଆ ଯୋଜନା ଆରମ୍ଭ କରିବେ । ଦିଲ୍ଲୀ ଓ ହରିୟାଣାରେ ଆରମ୍ଭ କରିବାକୁ ଚାହୁଁଛନ୍ତି ସ୍କାଏ ବସର ସୁବିଧା । ଯାହାଦ୍ୱାରା ପ୍ରଦୂଷଣକୁ ନିୟନ୍ତ୍ରଣ କରାଯିବା ସହ ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇପାରିବ । ଏହାସହ ଦେଶରେ ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚକୁ ମଧ୍ୟ କାଟ କାରଯାଇପାରିବ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ।

ଏକ ଇଭେଣ୍ଟରେ ଯୋଗଦେବା ଅବସରରେ ଗଡକରୀ ଦେଶର ପ୍ରଦୂଷଣ, ଆର୍ଥିକ ବ୍ୟବସ୍ଥାରେ ସୁଧାର ତଥା ସବୁଜ ଇନ୍ଧନ ଉପରେ ଗୁରୁତ୍ୱ ଦେଇଛନ୍ତି । ଟ୍ରାଫିକ୍ ଓ ପ୍ରଦୂଷଣରୁ ମୁକ୍ତି ପାଇବାକୁ ସେ ପ୍ରଥମେ ଦିଲ୍ଲୀ ଓ ହରିୟାଣାରେ କିଛି ସ୍ଥାନରେ ସ୍କାଏ ବସ୍ ଆରମ୍ଭ କରିବାକୁ ଚାହୁଁଛନ୍ତି । ପରେ ଏହାକୁ ଦେଶର ବିିଭିନ୍ନ ସ୍ଥାନରେ ଆରମ୍ଭ କରିବାକୁ ଚାହୁଛନ୍ତି । କାରଣ ଏବେ ଜଳବାୟୁର ସୁରକ୍ଷା ଦେଶ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ । କାରଣ ଏହା ଦ୍ୱାରା ଦେଶର ଆର୍ଥିକ ବିକାଶ ଗୁରୁତର ଭାବେ ପ୍ରଭାବିତ ହେଉଛି । ଏଥିପାଇଁ ସେ ସ୍କାଏ ବସର ଯୋଜନା ଆରମ୍ଭ କରିବାକୁ ଚାହୁଁଥିବା ଇଚ୍ଛାକୁ ପ୍ରକାଶ କରିଛନ୍ତି ।