୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୨୫/୭: ଭାରତ ଇତିହାସରେ ଯୋଡି ହେଲା ସ୍ବର୍ଣ୍ଣିମ ଅଧ୍ୟାୟ। ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ । ତାଙ୍କୁ ଶପଥପାଠ କରାଇଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନଭି ରମଣା । ଶପଥ ନେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ ଦେଇଛନ୍ତି । ସେ କହିଛନ୍ତି ଯେ ଦେଶବାସୀଙ୍କୁ ବିନମ୍ରତାର ସହ ଅଭିନନ୍ଦନ ଜଣାଇଛନ୍ତି । ନୂଆ ଦାୟିତ୍ୱ ମୋ ପାଇଁ ବଡ ସୌଭାଗ୍ୟର ବିଷୟ । ସମସ୍ତଙ୍କର ପ୍ରୟାସରେ ଉଜ୍ଜ୍ୱଳ ଭାରତର ନିର୍ମାଣ ହୋଇଛି । ଗଣତନ୍ତ୍ରର ଶକ୍ତି ବଳରେ ମୁଁ ଏଠାରେ ପହଞ୍ଚିଛି । ଭାରତରେ ଗରିବର ସ୍ୱପ୍ନ ବି ପୂରଣ ହୁଏ । ମହିଳାଙ୍କ ହିତ ମୋ ପାଇଁ ସର୍ବୋପରି । କାର୍ଗିଲ ବିଜୟ ଦିବସ ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଲେ ।