କିପରି କଟିବ ଆଜି ଆପଣଙ୍କ ଦିନ: ୨୫/୦୭/୨୦୨୨

ମେଷ:ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ହେଲେ ଆଗେଇ ନବା ଉଚିତ୍ । ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡ଼ିବ ।

ବୃଷ:ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଶରୀର ସୁସ୍ଥ ରହିବ । ଆର୍ଥିକ କ୍ଷେତ୍ରରେ ଉନ୍ନତିହେବ । ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ଓ ବହୁବିଧ ଲାଭ ମିଳିବ । କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ, ବାଣିଜ୍ୟ, ବ୍ୟବସାୟ, କୃଷି ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ ।

ମିଥୁନ:ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଶୁଭ ସମାଚାର ମିଳିବା ସହ ନିଜଲୋକମାନେ ସାହାଯ୍ୟ କରିବେ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ । ରାଜନୀତିରେ ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ଲୋକପ୍ରିୟତା ହାସଲ କରି, ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ ।

କର୍କଟ:ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ଭାଇ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବା ଫଳରେ ପାରିବାରିକ ଜୀବନରେ ସୁଖଶାନ୍ତି ଅନୁଭବ କରିବେ । ବନ୍ଧୁ ବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ।

ସିଂହ:ଏ ସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ନିଜର କଳ୍ପନାଶକ୍ତି ଅତ୍ୟଧିକ ସକ୍ରିୟ ହେବ । ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ । ନୂତନ ଉଦ୍ୟମରେ ନିଶ୍ଚିତ ସଫଳତା ପ୍ରାପ୍ତିହେବ । ନିଜ ଗୃହ ସମସ୍ୟା ସଜାଡିବାର ସୁବିଧା ପାଇବେ ।

କନ୍ୟା:ଏସପ୍ତାହରେ ମହିଳା ଓ ପୁରୁଷ ମାନେ ନୂତନ ଯୋଜନାକୁ କ୍ରିୟାନ୍ୱିତ କରି ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ । ଅଚାନକ ଧନ ପ୍ରାପ୍ତି ହେବା ଫଳରେ ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରି ପାରନ୍ତି । ଧାର୍ମିକ କାର୍ଯ୍ୟରେ ଯୋଗଦେବା ଫଳରେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ ।

ତୁଳା:ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଆୟରସ୍ରୋତ ଖୋଲିଯିବ । ଧନଧାନ୍ୟ, ମାନସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ । ଔଷଧନିର୍ମାଣ ଓ ବିକ୍ରୟ କରୁଥିବା ବ୍ୟକ୍ତିମାନେ ଆନନ୍ଦିତ ହେବେ ଓ ଅଚାନକ ଧନ ପ୍ରାପ୍ତି ହେବ ।

ବିଛା:ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସାମାଜିକ କଲ୍ୟାଣ ଓ ଜୀବନସ୍ତର ପରିବର୍ତ୍ତନର ଉଦ୍ୟମ କରିବା ଫଳରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ଦୂରଯାତ୍ରାର ସୁଯୋଗ ପାଇବେ । କଠିନ ପରିଶ୍ରମ କରି କାର୍ଯ୍ୟ କଲେ ଉପରିସ୍ଥ କର୍ମଚାରୀ ମାନଙ୍କ ପ୍ରିୟଭାଜନ ହେବେ ।

ଧନୁ:ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ବ୍ୟବସାୟବୃଦ୍ଧି ଆର୍ଥିକ ଉନ୍ନତି ହେବା ସହ ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ବିଶେଷ ଲାଭବାନ୍ ହେବେ । ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବନାହିଁ । ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ ।

ମକର:ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଆର୍ଥିକ ଦୃଷ୍ଟି କୋଣରୁ ଉନ୍ନତି ହୋଇ ମାନସିକ ଶାନ୍ତି ଓ ମନସ୍କାମନା ପୂର୍ଣ୍ଣ ହେବ । ସମସ୍ତ ପ୍ରକାର ପ୍ରତିଯୋଗିତାରେ ସଫଳ ହେବେ । ବ୍ୟବସାୟ କ୍ଷେତ୍ରରେ ଭାଗ୍ୟ ଅନୁକୂଳ ହେତୁ ଆଶାତିତ ଲାଭ ମିଳିବ ।

କୁମ୍ଭ:ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଭାଗ୍ୟର ପରିବର୍ତ୍ତନ ହେଲାଭଳି ଉନ୍ନତି ପଥରେ ଅଗ୍ରସର ହେବେ । ସନ୍ତାନ କ୍ଷେତ୍ରରେ ଉନ୍ନତି ହେବ । ବେପାର ବଣିଜରେ ପ୍ରଚୁର ଲାଭ ମିଳିବ । ନୂଆ ନୂଆ ଉପାୟ ଚିନ୍ତା କରିବେ । ଅଚାନକ ଆୟ ବୃଦ୍ଧି ହେତୁ ଆଚମ୍ବିତ ହୋଇଯିବେ ।

ମୀନ:ଏସପ୍ତାହରେ ମହିଳା ଓ ପୁରୁଷ ମାନେ ବ୍ୟବସାୟକୁ ବିସ୍ତାରିତ କରିବାପାଇଁ ସକ୍ଷମ ହେବେ ଏବଂ ସଂପତ୍ତି କ୍ରୟ କରିବାପାଇଁ ଅତ୍ୟନ୍ତ ଶୁଭ ସମୟ । କାର୍ପାସ, ଚିତ୍ରକଳା, ଷ୍ଟେସ୍ନାରୀ, ଚଳଚିତ୍ର, ମିଠାଦ୍ରବ୍ୟ ବା ମିଷ୍ଠାନ୍ନ ଭଣ୍ଡାର, ଚାନ୍ଦି, ଚାଉଳ, ଗହମ, ବସ୍ତ୍ର, ଫଟୋଗ୍ରାଫି, ଶୃଙ୍ଗାର ପ୍ରସାଧନୀ ବ୍ୟବସାୟୀମାନେ ବା ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ ।