୬୮ତମ ଜାତୀୟ ଫିଲ୍ମ ପୁରସ୍କାର ୨୦୨୦ ଘୋଷିତ

ଭୁବନେଶ୍ୱର,୨୨/୭: ୬୮ତମ ଜାତୀୟ ଫିଲ୍ମ ପୁରସ୍କାର ୨୦୨୦ ଘୋଷଣା ହୋଇଛି। ‘କାଲି ପାଇଁ କାଲିର’ ବହିକୁ ବୁକ୍‌ ଅନ୍‌ ସିନେମା ସମ୍ମାନ ମିଳିଛି। ସୂର୍ଯ୍ୟ ଦେଓଙ୍କ ଲିଖିତ ଓ ପକ୍ଷୀଘର ପ୍ରକାଶନର କାଲି ପାଇଁ କାଲିର ବହିକୁ ବୁକ୍‌ ଅନ୍‌ ସିନେମା ସମ୍ମାନ ମିଳିଛି।

ଅନ୍ୟପଟେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି।
ଅଜୟ ଦେବଗନ ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି।
ତାନାଜି ଫିଲ୍ମ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଅଜୟ ଦେବଗନଙ୍କ ସହ ସୁରିୟାଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ସେହିପରି ଅପର୍ଣ୍ଣା ବାଲମୂରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି।