ଭାରତ ପାଇଲା ନୂଆ ରାଷ୍ଟ୍ରପତି, ନିର୍ବାଚନ ଜିତିଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୨୧/୭: ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ୩ୟ ପର୍ଯ୍ୟାୟ ଭୋଟ ଗଣତି ପରେ ଜିତିଲେ ଦ୍ରୌପଦୀ ଦ୍ରୌପଦୀଙ୍କ ଭୋଟ ମୂଲ୍ୟ ୫, ୭୭, ୭୭୭ । ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ବହୁ ପଛରେ ପକାଇ ଇତିହାସ ରଚିଛନ୍ତି ଦ୍ରୌପଦୀ । ପ୍ରଥମ ଆଦିବାସୀ ମହିଳା ଭାବେ ସେ ଦେଶର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି ।