ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡାଙ୍କ ପରଲୋକ

ଭୁବନେଶ୍ୱର,୧୯/୭: ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡାଙ୍କ ପରଲୋକ ଘଟିଛି । ଗୌହାଟୀ ରେ ସାମିଲ ଏକ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । କନଫରେନ୍ସ ପୂର୍ବରୁ ତାଙ୍କୁ ହୃଦଘାତ ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । କରୋନା ଯେତେବେଳେ ବ୍ୟାପୁଥିଲା ସେତେବେଳେ ଅଜୟଙ୍କ ସୂଚନାକୁ ପୂରା ରାଜ୍ୟ ଅପେକ୍ଷା କରି ରହୁଥିଲା । କରୋନା ବାବଦରେ ଟିକିନିକି ତଥ୍ୟ ରଖୁଥିଲେ ଅଜୟ । କରୋନାର ବିଭିନ୍ନ ପ୍ରକାର ଭାରିଆଣ୍ଟର ତଥ୍ୟ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଉଥିଲେ ଅଜୟ । ନିଜ କାର୍ଯ୍ୟକ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସେ ପୂର୍ବରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।