ଆସନ୍ତାକାଲିଠୁ ବଢିବ ମୁଢ଼ି, ଚୂଡାର ଦର

ଭୁବନେଶ୍ୱର,୧୭/୭: ରାଜ୍ୟରେ ସାଧାରଣ ଲୋକଙ୍କ ସ୍ନାକ୍ସ ଭାବେ ପରିଚିତ ମୁଢ଼ି, ଚୂଡା। ଯାହାର ଦର ବଢିବାକୁ ଯାଉଛି । ଏହି ଖାଦ୍ୟ ଉପରେ ଜୁଲାଇ ୧୮ ତାରିଖରୁ ଜିଏସଟି ବସାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏଣିକି କୋରାଖଇ କିଣିଲେ ଆପଣଙ୍କୁ ଅଧିକ ଟଙ୍କା ଗଣିବାକୁ ପଡିବ । ମୁଢ଼ିକୁ ପ୍ୟାକ୍ କରି ବିକିଲେ ୫ ପ୍ରତିଶତ ଜିଏସଟି ଲାଗିବ। ସେହିିପରି ଚୁଡ଼ା, ଖଇ ଓ ଉଖୁଡ଼ାରେ ବି ୫ ପ୍ରତିଶତ ଟିକସ ପଡିବ।