ଜଗଦୀପ ଧନକର ହେଲେ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ,୧୬/୭:ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଏନ୍‌ଡିଏ। ଜଗଦୀପ ଧନକର ହେଲେ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ । ପଶ୍ଚିମବଙ୍ଗ ରାଜ୍ୟପାଳ ଥିବା ଜଗଦୀପ ଧନକଡ଼ଙ୍କୁ ବିଜେପି ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୟନ କରାଯାଇଛି । ଆଜି ସଂଧ୍ୟାରେ ଦିଲ୍ଲୀ ମୁଖ୍ୟାଳୟରେ ବସିଥିବା ବିଜେପିର ସଂସଦୀୟ ବୋର୍ଡ ବୈଠକରେ ଜଗଦୀପଙ୍କ ନାଁରେ ମୋହର ବାଜିଛି ।ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପ. ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବରିଷ୍ଠ ନେତାମାନେ ଏଥିରେ ଯୋଗ ଦେଇଥିଲେ ।