ସଂସଦ ଭବନ ପରିସରରେ ଆଉ କେହି ଦେଇପାରିବେନି ଧାରଣା

ଭୁବନେଶ୍ୱର,୧୫/୭: ସଂସଦ ଭବନ ପରିସରରେ ବିଶେଷ କରି ସେଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଆଉ କେହି ଧାରଣା ପ୍ରଦର୍ଶନ କରିପାରିବେ ନାହିଁ । ଏଠାରେ ଆମରଣ ଅନସନ ଉପରେ ରୋକ୍ ଲାଗୁ କରାଯାଇଛି । ଶାସକ ଦଳ ପକ୍ଷରୁ ଏପରି ନିୟମ ଜାରି କରାଯାଇଥିବାବେଳେ ଏହାକୁ କଟାକ୍ଷ କରି କଂଗ୍ରେସ ନେତା ଜୟରାମ ରମେଶ ରିଟ୍ୱିଟ୍ କରି ଛନ୍ତି । ଏହି ସମ୍ପର୍କୀତ ଏକ ଆଦେଶକୁ ପୋଷ୍ଟ କରି ମୋଦୀ ସରକାରଙ୍କୁ ଘେରିଛି କଂଗ୍ରେସ । ସେୟାର କରାଯାଇଥିବା ଆଦେଶ ମୁତାବକ, ସଂସଦ ଭବନ ପରିସରରେ କୌଣସି ସଦସ୍ୟ ନା ଧାରଣା ଦେଇପାରିବେ ନା ଏଠାରେ କେହି ଆମରଣ ଅନଶନରେ ବସିପାରିବେ । ଏଠାରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇପାରିବ ନାହିଁ । ଏହି ଆଦେଶ ପରେ ବିରୋଧୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନିୟମର ଏକ କପିକୁ ରିପୋଷ୍ଟ କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ ।