୧୮ରୁ ୫୯ ବୟସ ବର୍ଗଙ୍କୁ ଜୁଲାଇ ୧୫ରୁ ମାଗଣାରେ ଦିଆଯିବ କରୋନା ପ୍ରିକସନ୍ ଡୋଜ୍

ଭୁବନେଶ୍ୱର,୧୩/୦୭: ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ଟୀକାକରଣ ପ୍ରକ୍ରିୟା ଜାରି ରହିଛି ।ଏହାରିମଧ୍ୟରେ ୧୮ରୁ ୫୯ ବୟସ ବର୍ଗଙ୍କୁ ଜୁଲାଇ ୧୫ରୁ ମାଗଣାରେ କରୋନା ପ୍ରିକସନ୍ ଡୋଜ୍ ଦିଆଯିବ। ସମସ୍ତ ସରକାରୀ ଟିକା କେନ୍ଦ୍ରରେ ମାଗଣାରେ ମିଳିବ ପ୍ରିକସନ୍ ଡୋଜ୍। ୭୫ ଦିନିଆ ସ୍ପେଶାଲ ଡ୍ରାଇଭ୍ କରି ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି।