ଆସନ୍ତା ମାସରେ ସୁଧୁରିବ ସ୍ଥିତି !

ଭୁବନେଶ୍ୱର,୧୩/୦୭: ରଥଯାତ୍ରା ପରେ ସଂକ୍ରମଣ ବୃଦ୍ଧି ଆଶଙ୍କା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ରଥଯାତ୍ରା ସରିଛି, ଏବେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ଆଶଙ୍କା ରହିଛି। ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକ ଫେରିଛନ୍ତି ଓ ଏହା ଉପରେ ନଜର ମଧ୍ୟ ରଖାଯାଇଛି। ସଂକ୍ରମଣ ବୃଦ୍ଧି, ବୃଦ୍ଧିର ଆକାର ଓ ଫାଟାଲିଟି ଉପରେ ନଜର ରଖାଯାଇଛି। ଅନ୍ୟ ଲହର ପରି ସଂକ୍ରମଣ ବଢୁନାହିଁ, ଧୀରେ ଧୀରେ ବୃଦ୍ଧି ଘଟୁଛି।
ରାଜ୍ୟରେ ଏହି ଲହରରେ ପ୍ରଥମ କରୋନା ଜନିତ ମୃତ୍ୟୁ ହୋଇଛି। ଅନ୍ୟ ରାଜ୍ୟର ଅନୁଶୀଳନ ଅନୁସାରେ ସଂକ୍ରମଣ ଧୀରେ ଧୀରେ କମିବ ବୋଲି ସେ କହିଛନ୍ତି।