କଟକରେ ମହିଳାଙ୍କୁ ଏସିଡ ମାଡ଼

ଭୁବନେଶ୍ୱର,୧୩/୦୭: କଟକ ସ୍ଥିତ ଆଠଗଡ଼ ନୂଆପାଟଣାରେ ମହିଳାଙ୍କୁ ଏସିଡ ମାଡ଼ କରିଛନ୍ତି ଦୃବୁର୍ତ୍ତ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଚିକିତ୍ସା ପାଇଁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ମହିଳାଙ୍କ ନାମ ରିନା ସାହୁ ଓ ତାଙ୍କ ବୟସ ୩୬ ବର୍ଷ ହୋଇଥିବା ଜଣାପଡିଛି।  ସେ ମହିଳାଙ୍କ ଶରୀର ୫୦ ଭାଗ ପୋଡ଼ିଯାଇଥିବା ଜଣାପଡ଼ିଛି । କାହିଁକି ଏବଂ କିଏ ଏସିଡ ମାଡ଼ କରିଛି ପୁଲିସ ଏନେଇ ତଦନ୍ତ ଜାରି ରଖିଛି ।