ରଥରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ,୯/୭: ଆଜି ମହାପ୍ରଭୁଙ୍କ ବାହୁଡାଯାତ୍ରା । ଧାଡି ପହଣ୍ଡିରେ ରଥରେ ବିଜେ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନଅ ଦିନର ଯାତ୍ରା ସାରି ଶ୍ରୀଜୀଉ ଫେରିବେ ରତ୍ନବେଦିକୁ । ଜନ୍ମବେଦୀରୁ ନୀଳକନ୍ଦର ଫେରିବେ । ବାହୁଡା ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ରହିଛି । ଭକ୍ତଙ୍କ ଗହଳିରେ ଶରଧାବାଲି ପରିପୂର୍ଣ୍ଣ ହୋଇଯାଇଛି । ଆଜି ଭୋର ୪ଟାରୁ ନୀତିକାନ୍ତି ଆରମ୍ଭ ହୋଇଛି । ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ଭକ୍ତ ନିଜ ମନର କଥା ଭକ୍ତି ମାଧ୍ୟମରେ ଭଗବାନଙ୍କ ନିକଟରେ ଜଣାଉଛି । କିଏ ଶିବ ପାର୍ବତୀ ବେଶରେ ତ କିଏ ରାଧା, କୃଷ୍ଣ ଏବଂ ହନୁମାନ ବେଶରେ ବଡଦାଣ୍ଡରେ ଭଗବାନଙ୍କ ପ୍ରେମରେ ପାଗଳ ହୋଇଯାଇଛନ୍ତି ।