ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ

ନୂଆଦିଲ୍ଲୀ,୮/୭: ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ମାନସ ମଙ୍ଗରାଜ ଓ ସୁଲତା ଦେଓ । ନବ ନିର୍ବାଚିତ ସାଂସଦ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ନିଜ ନିଜ ପରିବାର ସହିତ ୨ ସାଂସଦ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । । ମାନସ ମଙ୍ଗରାଜ ଓ ସୁଲତା ଦେଓ ଆଜି ଶପଥ ନେଉଥିବାବେଳେ, ପରବର୍ତ୍ତି ସମୟରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ ସସ୍ମିତ ପାତ୍ର । ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ । ପରେ ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିଲେ । ବିରୋଧୀ କୌଣସି ପ୍ରାର୍ଥୀ ଦେଇନଥିବାରୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ।