ଇସ୍ତଫା ଦେବେ ବୋରିସ ଜନସନ୍ !

ନୂଆଦିଲ୍ଲୀ,୭/୭: ବ୍ରିଟେନରେ ଜାରି ରହିଛି ରାଜନୈତିକ ଅସ୍ଥିରତା। ଏହାରିମଧ୍ୟରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି। ମନ୍ତ୍ରିମଣ୍ଡଳରୁ ୪୦ ମନ୍ତ୍ରୀଙ୍କ ଇସ୍ତଫା ପରେ ପଦ ଛାଡ଼ିବାକୁ ସେ ରାଜି ହୋଇଛନ୍ତି। ସେ ପଦ ଛାଡ଼ିବାକୁ ରାଜି ହୋଇଥିବା ବ୍ରିଟେନ୍ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।
କନ୍ଜରଭେଟିଭ ପାର୍ଟିରୁ କିଏ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ହୋଇନି।

ସୂଚନାନୁସାରେ, ଗୁରୁବାର କଞ୍ଜର୍ଭେଟିଭ୍ ପାର୍ଟି ସହିତ ବିଦ୍ରୋହ କରିବା ପରେ ୩୯ ମନ୍ତ୍ରୀଙ୍କ ସମେତ ସଂସଦୀୟ ସଚିବ ମଧ୍ୟ ଇସ୍ତଫା ଦେଇଥିଲେ।